କବିତା – ଚବିଶ ଗୁରୁ

କବିତା – ଚବିଶ ଗୁରୁ

ଚବିଶ ଗୁରୁ
—————-
ମାତା ବସୁମତୀ …….. ଧୈର୍ଯ୍ୟ – କ୍ଷମା- ପ୍ରିତୀ
ପରୋପକାରରେ ମତି
ମରୁତର ଗତି …….. ଅନାସକ୍ତ ନୀତି
ସର୍ବ ଆତ୍ମାରେ ତା’ ସ୍ଥିତି ———— (୧)
ହେ ନୀଳ ଅମ୍ବର……… ଅସ୍ପୃଶ୍ୟ ସବୁର
ଶାନ୍ତ ଓ ନିରାଡମ୍ବର
ପବିତ୍ର ମଧୁର……….. ବାରି ଏ ବିଶ୍ୱର
ପାଳନକାରୀ ଜୀବର —————- (୨)
ହୁଅଇ ପ୍ରକଟ ……….. ପୁଣି ଅପ୍ରକଟ
ଅଗ୍ନି ଦାହେ ନିଷ୍କପଟ
ବଢେ ଛିଡେ ଘଟ ……… ଚନ୍ଦ୍ର ପରିସ୍ଫୁଟ
ଆତ୍ମାର ଯେ ସ୍ଥିର ତଟ —————– (୩)
ସକଳ କାରଣ ……….. ମାରତଣ୍ଡ ଜାଣ
ଇନ୍ଦ୍ରିଭାବ ନୋହେ ଟାଣ
ଅପାର ପ୍ରସନ୍ନ ………. କ୍ଷୋଭ ହୁଏ ହୀନ
ସାଗର କାୟା ବିସ୍ତୀର୍ଣ୍ଣ —————– (୪)
ମାୟାମୋହ ରଜ୍ଜୁ ………. ସଂସାର ତରାଜୁ
କପୋତଯାତନା ଭାଜୁ
ନିର୍ବିକାର ଆଜୁ ………. ମନ ମୋର ହେଜୁ
ଅଜଗର ରାମ ରାଜ୍ୟୁ ——————- (୫)
ଦେଖି ଦାବାନଳ ………. ପତଙ୍ଗ ବିକଳ
ନାଶ ହୁଏ ବୁଦ୍ଧି ବଳ
ମଧୁ କରେ ଠୁଳ ………. ପ୍ରାତୁଃ ସାୟଂ କାଳ
ମକ୍ଷିକା ଦୁଃଖ ପ୍ରବଳ ——————— (୬)
ପରଶ ନ କରେ ………. ଗଜ ସ୍ୱ ପତ୍ନୀରେ
ଅଭୋଗ୍ୟା ସେ ବିବେକୀରେ
ମଧୁହାରୀ ହରେ ……… ଗଛିତ ମଧୁରେ
ଲୋଭୀ ମଧୁମକ୍ଷିକାରେ —————- (୭)
ସଙ୍ଗୀତ ମୂର୍ଚ୍ଛନା …….. ବ୍ୟାଧ ପ୍ରତାରଣା
ହରିଣ କପାଳେ ସିନା
ମତ୍ସ୍ୟକୁ ବାହାନା …….. ଜିହ୍ୱାର ତାଡନା
ବନସୀରେ ପ୍ରାଣ ଘେନା ————— (୮)
ଗଣିକା ପିଙ୍ଗଳା ………. ଶେଷେ ପ୍ରାପ୍ତ ଭେଳା
କାମନା ଦୁଃଖର ଲୀଳା
ଶ୍ୱେନ କରେ ଗୋଳ …….. ମାଂସାର୍ଥେ ଜଞ୍ଜାଳ
ଲୋଭ ତ୍ୟାଗେ ଦିବ୍ୟ ଫଳ —————– (୯)
ଦିବ୍ୟାନନ୍ଦମୟ ………. ଶିଶୁର ହୃଦୟ
ବିଷୟେ ନ ଥାଏ ଲୟ
କୁଆଁରୀ ନିର୍ଭୟ …….. ମେଳରୁ ପ୍ରଳୟ
ଏକ ଚୂଡି ଧ୍ୱନି ଜୟ —————– (୧୦)
ବାଣକାର ଧ୍ୟାନ ……… କର୍ମରେ ମଗନ
ଅଭ୍ୟାସରେ ପ୍ରାପ୍ତ ବ୍ରହ୍ମ
ନିବାସ ବିହିନ……….. ଅହି ନୋହେ ମ୍ଳାନ
ବିରାଗୀ ଭ୍ରମେ ଯେସନ —————- (୧୧)
ଉର୍ଣ୍ଣନାଭେ ପୁର …….. ରଚନା ସଂହାର
ଯେସନେ ପରମେଶ୍ୱର
ଲଭଇ ଶରୀର …….. ପ୍ରାଣୀ ମନ ସାର
ପେଶସ୍କାରୀ ଗୁରୁ ମୋର —————– (୧୨)
ଗାଏ ଅବଧୂତ ……… ଏ ବିଶ୍ୱ ସଙ୍ଗୀତ
ଏ ଶରୀର ପଞ୍ଚଭୂତ
ନୋହେ ବିଚଳିତ …….. ମାୟାମୋହେ ସେ’ତ
ଚବିଶ ଗୁରୁର ଶିଷ୍ୟ ———————- (୧୩)
———————————————–

Type in
Details available only for Indian languages
Settings
Help
Indian language typing help
View Detailed Help