କବିତା – ଟେନ୍‍ସନ୍‍ ଫ୍ରି ପହଲି

କବିତା – ଟେନ୍‍ସନ୍‍ ଫ୍ରି ପହଲି

ଟେନ୍‍ସନ୍‍ ଫ୍ରି ପହଲି                                                            ସରକାର ଘରେ ବଡ ଅଫିସର ହୋଇଥିଲେ ଦିନେ ପହଲି                                         ଅବସରପ୍ରାପ୍ତ ଜୀବନରେ ସେତ ପିଉଛନ୍ତି ଖାଲି ମହୁଲି
ଗାଦିରେ ବସିଣ କରୁଥିଲେ ରଣ ପାନ ପିକରେ ଓଠ ନାଲି
ସମୟ ମିଳିଲେ ସଖୀଙ୍କ ମେଳରେ ଗାଉଥିଲେ ଖାଲି କବାଲି । ୧ ।
ଦରକାର ଥାଉ ଅଥବା ନଥାଉ ଚାଷ କରୁଥିଲେ ଫାଇଲି
ଦିବାରାତ୍ର ଖାଲି ମିଟିଙ୍ଗ୍‍ ବସଇ ଘେରି ରହନ୍ତି ମୁଦୁସୁଲି । ୨।
କାନକୁହା ବାଲା କାନରେ କହନ୍ତି ଯୁଟାଇଲ ସବୁ ନକଲି
ପେଟଲୋକ ତା’ର ସେମାନେ ହୁଅନ୍ତି ନିରୀହ ଛାଡନ୍ତି ବୋବାଳି
ହାତରେ ନମାରି ପେଟକୁ ମାରନ୍ତି ଖୋଲି କୂଟନୀତି ଗଣ୍ଠିଲି
ଗୁପ୍ତ ଚରିତ୍ର ପଞ୍ଜିକା ଲେଖନ୍ତି କଲମର ଗାର ରଙ୍ଗେଲି । ୩ ।
ସରକାର କଳ ଷ୍ଟାର୍ଟ ହୁଅଇ ଖୋଲିଣ ପରଦା ରୂପେଲି
ଖାଣ୍ଟି ପରାମର୍ଶ ଦାତା ସେ ଛାଡନ୍ତି ଘରୋଇକରଣ ହାବେଳି
ଶିକ୍ଷା ଅଟୋନୋମି ସ୍ୱାସ୍ଥ୍ୟ ଅଟୋନୋମି ନେତା ହସନ୍ତି ଖିଲିଖିଲି । ୪ ।
ଦାଇତ୍ୱ ଖସାଇ ବୁଲିବା ଏବେରେ ଜନତା ହୋଇବେ ଗାଉଁଲି
ଧନୀପୁଅ ପାଇଁ କୋର୍ସ ଖୋଲା ଅଛି ଡୋନେସନ୍‍ ଦେଲେ ମାତାଲି
ଗରିବର ପୁଅ ଗୋତି ଶ୍ରମିକ ଯୁବତି ଚାଲାଣ ଅସଲି । ୫ ।
ଜଳସ୍ଥଳ ଆଉ ଆକାଶ ମାର୍ଗରେ ଘରୋଇକରଣ ଟାଇଲି
ଖଞ୍ଜା ହୋଇଯିବ ଏକପରେ ଆନ କେ ଭାଙ୍ଗିବ ତା’ର ଷ୍ଟାଇଲି
ମଲ୍‍ଟିନେସନାଲ୍‍ ମାଡିଆସୁଛନ୍ତି ଛାଡିଣ ଲୁହାର ବାଟୁଳି
ଗଲେ ଯାଉ ଭାସି ସୁନାର ଭାରତ ଅଛି ପର୍‌ସେଣ୍ଟେଜ୍‍ ଧୂମାଳି । ୬ ।
ଅବସର ନେଲେ କିଅବା ନ ନେଲେ ମନ୍ତୀରି ହୋଇଛି ପହଲି
ରାଜନୀତି ଧୂଆଁ ଭଲ ସୁହାଇଛି ଜୀବନ ହୋଇଛି ସୁନେଲି
ଧନ୍ୟ ରାଜନେତା ଧନ୍ୟ ତୋ ମମତା ଦେଶ ପ୍ରିତୀ ଯାଏ ଚହଲି
ଖାଉଛି ରାବିଡି ମାରୁଛି ଘୁଙ୍ଗୁଡି ଟେନ୍‍ସନ୍‍ ଫ୍ରୀ ପହଲି । ୭ ।
**************************************************