କବିତା – ବ୍ରହ୍ମରେ ବିବାଦ

କବିତା – ବ୍ରହ୍ମରେ ବିବାଦ

ବ୍ରହ୍ମରେ ବିବାଦ
———————
ବ୍ରହ୍ମରୁ ବ୍ରହ୍ମ ଉତ୍ପନ୍ନ ହୋଇଥିଲେ ବ୍ରହ୍ମା
ପଦ୍ମାସନେ ଆରମ୍ଭିଲେ ସୃଷ୍ଟି ସଂରଚନା ।
ଅନାଦି ଅନନ୍ତ ମହାକାଳ ଅବିନାଶୀ
ସଙ୍କୁଚିତ ସ୍ଥାନେ ସର୍ବ ବସ୍ତୁ ତେଜରାଶି ।
ତହିଁମଧ୍ୟେ ଚତୁଃବଳ ଏକତ୍ରୀକରଣ
ଯୋଗନିଦ୍ରାରେ ଅପୂର୍ବ ଅନନ୍ତ ଶୟନ ।
ୟାହାଁ ୱାହାଁ ଜାହାଁ ତାହାଁ ………. ମତ ପୁଛୋ କାହାଁ କାହାଁ
(Yaahan Wahaan Jahaan Tahaan …… Mat Puchho Kahaan Kahaan)
ହେ ସୃଷ୍ଟିକର୍ତ୍ତା ବ୍ରହ୍ମା !
ଧନ୍ୟ ତବ ବିଶ୍ୱ ପରିକଳ୍ପନା ………… (୧)

ସ୍ଥାନ ସହ କାଳର ଦିବ୍ୟ ଆଲିଙ୍ଗନ
ପଞ୍ଚମ ତାନରେ ପ୍ରଚଣ୍ଡ ବିସ୍ଫୋରଣ ।
ପ୍ରକାଶିଲା ତେଜ ସର୍ବେ ହେଲେ ଉଚ୍ଛନ୍ନ
ଚତୁଃବଳ ଏକେ ଏକ ହେଲେ ବିଚ୍ଛିନ୍ନ ।
ଯୋଗନିଦ୍ରା ଭଗ୍ନ ହେଲ ହସେ ଗ୍ଲୁଅନ
ନୀଳ – ଲାଲ – ସବୁଜ ବର୍ଣ୍ଣର କୀର୍ତ୍ତନ ।
ନାଚେ ଈଶ୍ୱର କଣିକା ……….. କ୍ୱାର୍କ୍ ହେଲେ ମଦମତ୍ତା
ଇଲେକ୍‍ଟ୍ରନ୍‍ ପ୍ରୋଟନ୍‍ ସାଥେ ……….. ନିଉଉଟ୍ରନ୍‍ ରହିଛି ଗୁପ୍ତେ …………. (୨)

ସୂକ୍ଷ୍ମରୁ ସ୍ଥୂଳ ସ୍ୱରୂପ ସ୍ଥୂଳ ମଧ୍ୟେ ସୂକ୍ଷ୍ମ
ସ୍ଥାବର ଜଙ୍ଗମ କୀଟେ ବ୍ୟାପ୍ତ ପରମ୍‍ବ୍ରହ୍ମ ।
ଛପନକୋଟି ଜୀବଙ୍କୁ ଭଣ୍ଡାର ବାଉନ
ଟଣା ଓଟରା ଲାଗନ୍ତି ଚାରିକୋଟି ପ୍ରାଣ ।
କେ ବୋଲଇ ଧର ଧର କେ ବୋଲଇ ମାର
ଗଦା ମୁଦ୍‍ଗର ପ୍ରହାରେ ବିଶ୍ୱ ଥରହର ।
ବର୍ଣ୍ଣରେ ବର୍ଣ୍ଣ ପ୍ରହାର ଜ୍ଞାନ ଶୂନ୍ୟ ବର୍ଣ୍ଣ
ବିବାଦେ ଜର୍ଜର ବ୍ରହ୍ମ ବୈବର୍ତ୍ତ ପୁରାଣ ।
ସତ୍ୟରେ ବାମନ୍‍ ହୈଲ ……….. ତ୍ରେତ୍ୟାରେ କୋଦଣ୍ଡଧର ।
ଦ୍ୱାପରରେ ତୁ ଚକ୍ରଧର ……….. କଳିଯୁଗେ ବାବାଙ୍କୁ ଧର ।
ଜୟ ବାବା ଚୁମ୍ବକେଶ୍ୱର ……………. (୩)

ଚାଲରେ ଭାଇ ଆମେ ସେ ପଡିଆକୁ ଯିବା
ସେହିଠାରେ ଯାଇ ଆମେ ବେଲୁନ୍‍ ଉଡାଇବା ।
ସେଠାରେ ଚାଲିଛି ଦେଖ କିରିକେଟ୍‍ ମ୍ୟାଚ୍‍
ସର୍ବେ ଭୂଜ ଟେକିଛନ୍ତି ଧରିବାକୁ କ୍ୟାଚ୍‍ ।
ଡେଉଁଅଛି ଇଲେକ୍‍ଟ୍ରନ୍‍ କକ୍ଷ ପରେ କକ୍ଷ
ଅଭିଶାପ ଦେଉଛନ୍ତି ଋଷି ଅଷ୍ଟବକ୍ର ।
ଆର୍ଯ୍ୟାବର୍ତ୍ତରେ ତୋ ନାମ କରିବେ ସ୍ମରଣ
ଭାଗିରଥି ଗଙ୍ଗା ମାତା ଧରାବତରଣ ।
ପାପୀଙ୍କର ପାପ୍‍ ଧୋଇ …………… କଳୁଷ କାଳିମା ବୋହି ।
ଅବକ୍ଷୟ ତୋର ଶରୀର                                                                                                 ସୁଧାରସେ ଚିକେନ ଝୋଳ …………………………. (୪)

ବ୍ରହ୍ମ ବ୍ରହ୍ମ ମଧ୍ୟେ ଆଜି ଘୋର ବିବାଦ
ସୀମାନ୍ତେ ଗର୍ଜେ କମାଣ ବଡ ପ୍ରମାଦ ।
ଦିବ୍ୟ ଭାଇଚାରା ମଧ୍ୟେ ପଡିଛି ଭଟ୍ଟା
ବୁଦ୍ଧଙ୍କ ଅଷ୍ଟାଙ୍ଗମାର୍ଗ ଭୀଷଣ ଖଟା ।
ପୈତୃକ ପ୍ରାଣ ନିମିତ୍ତ ଘାରିଛି ଚିନ୍ତା
ମିଠାରୁ ଉତ୍ପନ୍ନ ଡାଇବେଟିକ୍‍ସ ବ୍ୟଥା ।
ରାତାରାତି ମାଲାମାଲ୍‍ ପୁଞ୍ଜିର ସ୍ରୋତ
ନିଷ୍ଠା ଉପବାସ ଆଜି ଅନନ୍ତବ୍ରତ ।
ପୁରୁଣା ମଡେଲ୍‍ ଗାଡି ………… ଡାକ୍ତର ପାଉନି ନାଡି ।
ଷଡଚକ୍ରେ କଇଞ୍ଚି ଘୂରେ
ବିଧି ସାଥେ ବିଧାନ ଚାଲେ ……………………………. (୫)

ହର୍‍ହର୍‍ ମହାଦେବ ବଟୁକେଶ୍ୱର
ବଟବୃକ୍ଷ ମୂଳେ ପାନ ବଟୁଆ ତୋର ।
ପଞ୍ଚପୁଷ୍ପ ଶରେ ତୁହି ହେଲୁ ବିଭୋର
ତୃତୀୟ ନୟନୁ ଜ୍ଞାନ ବିଜ୍ଞାନ ଝର ।
ସର୍ବ ତତ୍ତ୍ୱ ମିଶି ପୁଣି ହୋଇବ ଏକ
ଅପପ୍ରୟୋଗ କରୁଛି ମାନବ ଦେଖ ।
ଇ – ସ୍ପେସ୍‍ରେ ଚାଲିଛି ତାଣ୍ଡବ ନୃତ୍ୟ
ସର୍ବ ଦିଗରୁ ବାଜୁଛି ପଛୁଆ ନାତ ।
ଥାଇ ସବୁ କଟକଣା ……… ହେଲେ ସବୁ ବାଟବଣା ।
ବ୍ରହ୍ମ ବ୍ରହ୍ମରେ ହାତାହାତି ……… ଧରାପଡେ ଚୋରା ପିରତୀ ………… (୬)

ପଦାର୍ଥବିଜ୍ଞାନ ତା’ର ଖୋଲିଛି ପେଡି
ହସର ସାଗରେ ଖାଲି ହସ ଲହଡି ।
X, Y, Z ଅକ୍ଷ ଭରିଛି ହସେ
ଧନରାଶୀ ଋଣରାଶୀ ଶୂନରେ ମିଶେ ।
ମୂଳରେ ବସିଛୁ ବ୍ରହ୍ମ ହେ ସ୍ୱୟଂସିଦ୍ଧ
ତୋତେ ଦେଖି ଆର୍ଯ୍ୟଭଟ୍ଟ ହେଲେ ପ୍ରସିଦ୍ଧ ।
ତୋହର ବର୍ଣ୍ଣନା ଅଟେ ଅତି କଠିନ
ତୋ ଜଠରେ ସର୍ବେ ଲୀନ ପୁନଃ ଉତ୍ପନ୍ନ ।
ତୁହି ଅଟୁ ବିଗ୍‍ବ୍ୟାଙ୍ଗ୍‍ ………. ନାଶ ଯାଏ ସବୁ ଗ୍ୟାଙ୍ଗ୍‍ ।
କୃଷ୍ଣଗର୍ତ୍ତ ପଲ୍‍ସାର ………. ତୁହି ନିଉଟ୍ରନ୍‍ ଷ୍ଟାର୍‍ ।
ଜନ୍ମ ପରେ ଅଟେ ମରଣ
ଏ ବିଶ୍ୱର ବିଲୟ ଜାଣ ………………… (୭)

ମହାମୃତ୍ୟୁଞ୍ଜୟ ମନ୍ତ୍ର ଗାଏ ଫୋଟନ
ଭାବାଙ୍କ କ୍ଷେତ୍ରେ କଣିକା ହୁଏ କମ୍ପନ ।
କଣିକା ତରଙ୍ଗ ସାଥେ ରାଜଯୋଟକ
ମାହେନ୍ଦ୍ର ବେଳାରେ ସର୍ବେ ହୁଅନ୍ତି ଯୁକ୍ତ ।
ଆଇନ୍‍ଷ୍ଟାଇନ୍‍ଙ୍କର ଦେଖ ଅସ୍ତ୍ର ଅମୋଘ
ବସ୍ତୁର ହୋଇବ ଯଦି ଆଲୋକ ବେଗ ।
ଶକ୍ତିର ଉତ୍ପନ୍ନ ହେବ ………… ରେ ଅହଂକାରୀ ମାନବ ।
ଧ୍ୱଂସ ମାର୍ଗରେ ତୁ ଜଡିତ
ବ୍ୟର୍ଥ ଯିବନି ବ୍ରହ୍ମ ଅସ୍ତ୍ର ………………………………. (୮)
———————————————–

Type in
Details available only for Indian languages
Settings
Help
Indian language typing help
View Detailed Help