କବିତା – ଡାଇନୋସର୍‍

କବିତା – ଡାଇନୋସର୍‍

ଡାଇନୋସର
————–
ଦେଖ ଦେଖ ଡାଇନୋସର ବସିଛି ସେଠାରେ
ଖାଉଛି ବାସି ଡାଲମା ଚଣା ମସଲାରେ
ପିଲାମାନେ କହୁଛନ୍ତି ଆସେ ଡାଇନୋସର
ପଳାଅରେ ବେଗେ ଶିଙ୍ଗେ ଭୂଷିଦେବ ତା’ର ………. (୧)
ଗ୍ୟାଷ୍ଟ୍ରିକ୍‍ ପ୍ରବ୍ଲେମ୍‍ ପୁଣି ବହୁମୂତ୍ର ରୋଗ
ଲମ୍ବା ଧାଡିରେ ଲାଇନ୍‍ ମର୍ଣ୍ଣିଂ ୱାକ୍‍ ଯୋଗ
ମୁଣ୍ଡବାଳ ଦିଶୁଅଛି ଗାଢକୃଷ୍ଣବର୍ଣ୍ଣ
କୃଷ୍ଣଗର୍ତ୍ତ ପରି ଶୋଷେ ସବୁ ରେଡିଏସନ୍‍…………. (୨)
ବିଗ୍‍ବ୍ୟାଙ୍ଗ୍‍ ଶବ୍ଦ ପରି ଦିଏ ଘୋର ରଡି
କୁମ୍ଭକର୍ଣ୍ଣ ନିଦ୍ରା ଛାଡେ ପ୍ରଳୟ ଘୁଙ୍ଗୁଡି
ହସିବା ମାତ୍ରକେ ଚାରିମେଘ ଯାଏ ଉଡି
ମେରୁ ପର୍ବତକି ସତେ ପଡିବ ଉପୁଡି ………… (୩)
ନିଶ ମୋଡି ମୋଡି ଉଚ୍ଚେ ଦେଉଛି ସ୍ଳୋଗାନ୍
ଡାଉନ୍‍ ଡାଉନ୍‍ ପରିବେଶ ଜାଗ ପ୍ରଦୂଷଣ
ଜାଗରେ କାଳି କପାଳି ନରମୁଣ୍ଡମାଳି
କୋଣ ଅନୁକୋଣେ ଆମ୍ଭେ ଉଡାଇବା ଧୂଳି ………… (୪)
ଆଡ୍‍ମିସନ୍‍ ଓପନ୍‍ ଫର୍‍ ଡାଇନୋସର୍‍ କୋର୍ସ
ଚଢା ଫି ଦେଲେ ଜବ୍‍ ଗ୍ୟାରେଣ୍ଟେଡ୍‍ ମଷ୍ଟ୍‍
ଇଣ୍ଟର୍‌ନେଟ୍‍ ଡଟ୍‍କମ୍‍ ଦେବୁରେ ଦବାଇ
ଭାଇରସ୍‍ ପଶି ଦେବ ପୃଥୀ ଦୋହଲାଇ ……….(୫)
ମହାଭାରତ ଯୁଦ୍ଧରେ ପାର୍ଥବୀର ପାଇଁ
ସୁପର କମ୍ପ୍ୟୁଟର୍‍ ଅନ୍‍ କଲେ କୃଷ୍ଣ ଯାଇ
ଆଗତ ଭବିଷ୍ୟେ ଦିଶେ ଡାଇନୋସର୍‍ ମେଳି
(ଆମ୍ଭେସବୁ) କଳିଯୁଗ ଡାଇନୋସର୍‍ ଦିଅ ହୁଳହୁଳି ……….. (୬)
ରହରହ ଡାଇନୋସର୍‍ ଯିବୁ କେତେ ଦୂର
ରଜାଝିଅ ବାହୁନୁଛି ଘୋର ଅତ୍ୟାଚାର
ପାଞ୍ଚଜନ୍ୟ ଶଙ୍ଖନାଦେ ସୁନାମି ଆସୁଛି
ଡାଇନୋସର୍‍ ବଂଶକୁ ସେ ମୂଳୁ ନେବ ପୋଛି ………(୭)