କବିତା – ହଇ

କବିତା – ହଇ

ହଇ
——-
ଯେଉଁ ମୁହୂର୍ତ୍ତରେ
ହସ୍ତଗଣ୍ଠି ପଡିଥିଲା ବିବାହ ବେଦୀରେ
ସୁକୋମଳ ସ୍ପର୍ଶ
ପରାଣ ମୋ ନାଚୁଥିଲା ଆନନ୍ଦ ମନରେ
ହସ୍ତ ଖସାଇବା ପାଇଁ ମୋର ଅର୍ଦ୍ଧାଙ୍ଗିନୀ
ଚେଷ୍ଟାରତ ଥିଲା ମୁହିଁ ନ ଛାଡିଲି ଜାଣି ……. (୧) 
ହୋଇଲୁ ଆକର୍ଷ
ସଂସାର ରଜ୍ଜୁରେ ବନ୍ଧା ବର୍ଷ ପରେ ବର୍ଷ
କେଉଁନାମେ ସମ୍ବୋଧିବି ମୋ ପ୍ରାଣପ୍ରିୟାକୁ
(ତା’ର)ପିତ୍ରାଳୟ ଦତ୍ତ ନାମ ନଜାଗେ ମନକୁ ……. (୨) 
ଶ୍ୱଶୁରାଳୟରେ
ସମ୍ବୋଧିଲି ତା’ରେ ପୁଣି ବହୁ ଚର୍ଚ୍ଚା ପରେ
ସୁମଧୁର ନାମ
ସର୍ବ ସମ୍ମତି ମିଳିଲା ସେହିଦିନୁ ଜାଣ
କିନ୍ତୁ ମୋର ଚିତ୍ତ
ହେଲାନି ସନ୍ତୁଷ୍ଟ
ଭାବସାଗରୁ ଖୋଜିଣ ପାଇଲି ଅମୃତ …….(୩) 
ଡାକିଲି ମୁଁ ହଇ !
ପ୍ରିୟାର ଚିବୁକେ ସ୍ୱେଦ କଣ୍ଟେ ବୁନ୍ଦା ହୋଇ
ଅପୂର୍ବ ଆନନ୍ଦ
ମହାଜାଗତିକ ସ୍ରୋତେ ଝରେ ମକରନ୍ଦ
ଅଳିକ ଏ ଦୁନିଆଁରେ ସବୁ ଯିବ ଧୋଇ
ହଇ! ଡାକ ମୋର ଥିବ ଚିରନ୍ତନ ହୋଇ……(୪)
———————————–

Type in
Details available only for Indian languages
Settings
Help
Indian language typing help
View Detailed Help