କବିତା – ମୁଁ ଏକ ଥୁଣ୍ଟା ବରଗଛ

କବିତା – ମୁଁ ଏକ ଥୁଣ୍ଟା ବରଗଛ

ମୁଁ ଏକ ଥୁଣ୍ଟା ବରଗଛ
**********************
ରାଜ ସିଂହାସନ
ରାଜଦଣ୍ଡ ପୁଣି ଥିଲା ରାଜାର ମୁକୁଟ
ଚତୁରଙ୍ଗ ସୈନ୍ୟ
ରାଜ ଦରବାର, ମନ୍ତ୍ରୀ, ମହାରାଣୀ ପାଟ
ହେଲା ସବୁ ଶୂନ୍ୟ
ଚାଟୁକାର ବିନା ହୁଏ ମୋ ପ୍ରାଣ ଉଚ୍ଚାଟ
ଆଜି ପାଲଟି ଯାଇଛି ମୁହିଁ ଥୁଣ୍ଟା ବରଗଛ । ୧ ।
କର୍ମଚାରୀ ଗଣ
ଆତଙ୍କେ ଶିହରୁ ଥିଲେ କିଳିଣ କବାଟ
ମୋ ଲେଖନୀ ମୁନ
ସତ୍ୟ, ନ୍ୟାୟ ପାଇଁ ରୁଦ୍ଧ କରିଥିଲା ବାଟ
ଗମ୍ଭିରୀ ଶାସନ
ବୈଶ୍ୟାନରକୁ ଦୁର୍ଭେଦ୍ୟ ତା’ର ଚିତ୍ରପଟ୍ଟ
ଆଜି ନିଃସହାୟ ବ୍ୟାକୁଳ ମୁଁ ଥୁଣ୍ଟା ବରଗଛ । ୨ ।
ଅନ୍ୟାୟେ ମୁଁ ଲୀନ
ନିରପରାଧି କର୍ମୀଏ ହୁଅନ୍ତି ଅତିଷ୍ଠ
ମିଳେ ପ୍ରମୋସନ
ଅଜସ୍ର ମୁଦ୍ରା, ରମଣୀ, ଦାରୁ କଲେ ଭେଟ
ସୁରମ୍ୟ ଭବନ
ଜମ୍ଭୁ ଦ୍ୱୀପେ ତାର ସଃଖ୍ୟା ନହୁଏ ପ୍ରଘଟ
ଆଜି ବାସହୀନ କାଙ୍ଗାଳ ମୁଁ ଥୁଣ୍ଟା ବରଗଛ । ୩ ।
ଚାପା ଗୁଞ୍ଜରଣ
ପଞ୍ଚତାରକା ହୋଟେଲେ ନିତ୍ୟ ବସେ ହାଟ
ଘରୋଇକରଣ
ପୁଞ୍ଜି ସ୍ରୋତରେ ପ୍ଳାବିତ କମ୍ପାନୀ ଶାସନ
ଲୁଣ୍ଠି – ଧନ – ଜନ
ଆଜି ଭିକାରୀଠୁ ହୀନ ମୁହିଁ ଥୁଣ୍ଟା ବରଗଛ । ୪ ।
ଶମନ ସଦନ
ଇଙ୍ଗିତ ଦେଲାଣି କାଳ ବିଭତ୍ସ ବିକଟ
ମୋ ସାଥେ ଗମନ
ଅଣ୍ଟା ଭିଡିଛନ୍ତି ଯିବେ ପାପ ମୋ ନିପଟ
ଧନ – ମାନ – ଥାନ
ପଳାୟନ କଲେ ଭାବ ହେଲାନି ଅତୁଟ
ଆଜି ମହାବ୍ୟାଧିଗ୍ରସ୍ତ ମୁହିଁ ଥୁଣ୍ଟା ବରଗଛ । ୫ ।
***************************************

Type in
Details available only for Indian languages
Settings
Help
Indian language typing help
View Detailed Help