କବିତା – ଅପୂର୍ବ ମିଳନ
ଅପୂର୍ବ ମିଳନ
*****************
ଶକ୍ତି ପାଇଥିଲ ଦିନେ ଉପର ମହଲୁ
ଆଙ୍କିଥିଲ ଚୂମା ତା’ର ଗଣ୍ଡ ଦେଶେ
ମେଣ୍ଟିବ କି ତୃଷ୍ଣାର ସାଗର ?
ଅପପ୍ରୟୋଗେ କୃତାର୍ଥ ହୁଅଇ ବାସନା
ଘଡିଏ ପ୍ରମାଣେ
ଗଣ୍ଡଗୋଳ ଭିଆଇଲ ଦଣ୍ଡିଣ ନିର୍ଦୋଷେ
ଚକିତ ହୋଇଲେ ସର୍ବେ ଭାଷା ନାହିଁ ଫୁଟେ …..(୧)
ଚିତ୍ତା ତୋ ମାନିଲା ନାହିଁ
ବାତୁଳେ ଖୋଜିଲୁ ତୁହି
ପହଞ୍ଚିଲୁ ଯାଇ ଶେଷେ ଦଣ୍ଡକାରଣ୍ୟରେ
ଦେଖିଲୁ ଚିକେନ୍ ବାବା ଆଖିମିଟି ମାରେ
ଶକ୍ତି ଅବତାର ପ୍ରାପ୍ତ ହେ ଖଳନାୟକ
ଅପୂର୍ବ ମିଳନ ଆହା କି ରାଜଯୋଟକ !
ଶିର ଚ୍ଛେଦ ହେବ ଯେହୁ କରିବ ଉଚ୍ଚାଟ …..(୨)
ବିନାମେଘେ ବଜ୍ରପାତ ଘଟାଇଲ ଜାଣ
ପଳାୟନ ପନ୍ଥୀ ତୁମେ କିବା ଦେଣନେଣ
ମଥାରେ ବୋଳିଲ କାହିଁ କେତେ ଅପବାଦ
ରଙ୍ଗରସେ ବୁଡିରହି ଖେଳୁଥିଲ ଦୋଳି
ନାହିଁ ପ୍ରତିଦ୍ୱନ୍ଦୀ
କୋଠପୁଅ ହୋଇ ଭଣ୍ଡି ଭଣ୍ଡାରୁ ଖାଇଲ
ଅମୋଘ ଶକ୍ତି କବଚ ନାହିଁ ବଜ୍ରବାଣ …..(୩)
କାଳର କରାଳ ଗତି
ଅସ୍ଥିର କରାଏ ମତି
ଘନ ଅନ୍ଧକାର ନିଶି ରହିବକି ଘୋଟି ?
ସତ୍ୟର ପ୍ରକାଶେ ସର୍ବେ ଆସନ୍ତି କୁହାଟି
ବିଷହୀନ ସର୍ପ ତବ ନାହିଁ ଥଳକୁଳ
ଘୋର ବିପତ୍ତି ବର୍ଷଇ ଧାରା କି ମୂଷଳ !
ସ୍ଥିର ନିଶ୍ଚିତ ଭୋଗ୍ୟ ଏ କୃତକର୍ମ ଫଳ
************************************